0
Your Cart
0
Your Cart
2,847

ମରିଚି ଠାକୁରାଣୀଙ୍କ ଷୋଡଶ ଦିନାତ୍ମକ ପୂଜା

ପୁରୀ, ମରିଚିକୋଟ୍ ଛକରେ ମା’ମରିଚି ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ଆଶ୍ବିନ ମାସର ମୂଳାଷ୍ଟମୀ ଦ୍ବୀତୀୟା ଓଷାଠାରୁ | ସେଠାରେ ଷୋଡଶପୁଜା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରିତିନୀତି ସହ ମା’ଙ୍କ ମନ୍ଦିର ଜଡ଼ିତ । ପ୍ରତ୍ୟେକ ଦିନ ଭୋର ୫ଟାରେ ମା’ଙ୍କ ଦ୍ବାର ଫିଟାଯାଏ । ମଙ୍ଗଳଆଳତି, ମଇଲମ, ଅବକାଶ, ଚନ୍ଦନଲାଗି ୭ଟା ଭିତରେ ସମାପନ ହୋଇଥାଏ । ବାଳଭୋଗରେ ଚୁଡାଘଷା, ଖଇକୋରା, ବଲ୍ଲଭ, କଦଳୀ, ସେଉ, ଡାଲିମ, ଓ ଅଙ୍ଗୁର ଆଦି ବିଭିନ୍ନ ଫଳ ଭୋଗ କରାଯାଏ । ଦିପ୍ରହର ଧୂପରେ ସଂକୁଡି ଭୋଗ କରାଯାଏ । ଅନ୍ନ, ଖେଚୁଡି, ଡାଲି, ଡାଲମା, ଶାଗ, ଖଟା ଓ ଖୁରୀ ଅର୍ପଣ କରାଯାଏ। ସନ୍ଧ୍ୟାରେ କର୍ପୂର ଆଳତି ଓ ମହାପ୍ରସାଦ ସମର୍ପଣ କରାଯାଏ । ମା’ମରିଚି ଠାକୁରାଣୀ ପରମା ବୈଷ୍ଣବୀ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଏହି ତିନିଦିନ ଧରି ସେଠାରେ ଆମିଷ ଭୋଗ କରାଯାଏ । କିନ୍ତୁ ତାହା ମା’ଙ୍କୁ ଭୋଗ କରାନଯାଇ ପାର୍ଶ୍ଵଦେବଦେବୀ ଛାୟା ଓ ମାୟାଙ୍କୁ ନୈବେଦ୍ୟ କରାଯାଇଥାଏ । ସେଠାରେ । ।

Ma Marichi Thakurani ମରିଚି ଠାକୁରାଣୀ
ବଳି କିମ୍ବା ପୋଡାବଳି ପ୍ରଥା ପ୍ରଚଳିତ ନାହିଁ । ଶ୍ରୀମନ୍ଦିର ପ୍ରତିଷ୍ଠା ଦିନଠାରୁ ମା’ଙ୍କ ମନ୍ଦିର ସେଠାରେ ଅବସ୍ଥିତ । ବର୍ଷକୁ ୬୫ଟି ଫକ୍ତିଭୋଗ ସେଠାରେ କରାଯାଏ । ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ସମୟରେ ସେଠାରେ ଫକ୍ତି ଖାଇଥାଆନ୍ତି । ଆଶ୍ଵିନ ଶୁକ୍ଳ ଦ୍ଵିତୀୟ ତିଥିଠାରୁ ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଏ । ବନଦୁର୍ଗା, ଗଜଲଲକ୍ଷ୍ମୀ , ସିଂହବାହିନୀ, ରାଜରାଜେଶ୍ଵରୀ, ସରସ୍ୱତୀ, ମହାଗାୟତ୍ରୀ, ମହିଷାମର୍ଦ୍ଦିନୀ ଓ କାଳୀ ବେଶରେ ମା’ସଜିତ ହୁଅନ୍ତି । ଷଷ୍ଠୀତିଥିରେ ସରସ୍ୱତୀ, ମହାସପ୍ତମୀରେ ମହାଗାୟତ୍ରୀ, ମହାଷ୍ଟମୀରେ ମହିଷାମର୍ଦ୍ଦିନୀ ଓ ମହାନବମୀରେ ମହାକାଳୀ ବେଶରେ ଭକ୍ତ ଦର୍ଶନ କରନ୍ତି । ମହାଷ୍ଟମୀ ବିଳମ୍ବିତ ରାତିରେ ଶ୍ରୀମନ୍ଦିରସ୍ଥିତ ବିମଳାଙ୍କ ପାଠରେ ବଳିନୀତି ସମାପ୍ତ ହେବାପରେ ମା’ମରିଚି ଠାକୁରାଣୀଙ୍କ ସଂକୁଡି ଭୋଗ କରାଯାଏ । ମା’ଙ୍କ ଆସ୍ଥାନ ନିକଟରେ ଲକ୍ଷ୍ମୀ, ଗଣେଶ ଓ ସରସ୍ଵତୀ ପୂଜା ପାଉଛନ୍ତି । ମନ୍ଦିର ପଛପାର୍ଶ୍ଵରେ ନୃସିଂହ ଓ ବରାହୀ ପୂଜା ପାଉଥିବା ବେଳେ ସମ୍ମୁଖ ଭାଗରେ ଗଙ୍ଗା ଯମୁନା, ବାଘମୁଖା, ସିଂହପଡ଼ା ପୂଜା ପାଉଥିବା ବୋଲି ପୁଜକ ଶିବନାରାୟଣ ଦାଶ ପ୍ରକାଶ କରିଛନ୍ତି । ପ୍ରତ୍ୟେହ ରାତିରେ ସେଠାରେ ସଂକୁଡି ଭୋଗ କରାଯାଏ । ଶ୍ରୀଜଗନ୍ନାଥ ମନ୍ଦିରରୁ ଦୈନନ୍ଦିନ ମହାପ୍ରସାଦ ମା’ଙ୍କ ନିକଟରେ ସମର୍ପଣ କରାଯାଏ । ପଣାଭୋଗ କରାଯାଇ ମା’ଙ୍କୁ ବଡ଼ସିଂହାର ବେଶ କରାଯାଏ ।

ଗଜଲକ୍ଷ୍ମୀ ବେଶ Gajalaxmi Besha of Marchi Goddess
ଗଜଲକ୍ଷ୍ମୀ ବେଶ Gajalaxmi Besha of Marchi Goddess
ସିଂହ ବାହିନୀ ବେଶ - Sing Bahini Besha
ସିଂହ ବାହିନୀ ବେଶ – Sing Bahini Besha of Marichi Goddess

error: Content is protected !!