0
Your Cart
0
Your Cart
1,557

ଦେବୀ ମା’ ରାମଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା

Goddess Konark Ramachandi
Goddess Konark Ramachandi

କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାରେ ଥିବା ଅଧ୍ୟଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ପୀଠରେ ପ୍ରତ୍ୟହ ଚଣ୍ଡୀ ପାଠ ହେବା ସହ ବିଭିନ୍ନ ବେଶରେ ପାର୍ବଣ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିଭିନ୍ନ ରୀତିନୀତି ଅନୁଯାୟୀ ଏହି ପୀଠରେ ଷୋଳପୂଜା ଆରମ୍ଭ କରାଯାଇଥିବାବେଳେ ଷୋଳ ଦିନ ବ୍ୟାପି ମା’ଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ଦିନରେ କୁମ୍ଭାଭିଷେକ, ଦିତୀୟ ଦିନରେ ସୁନାବେଶ, ତୃତୀୟ ଦିନରେ ଭୁବନେଶ୍ଵରୀ ବେଶ, ଚତୁର୍ଥ ଦିନରେ ମାତଙ୍ଗୀ ବେଶ, ପଞ୍ଚମ ଦିବସରେ ବୈଷ୍ଣବୀ ବେଶ, ଷଷ୍ଠ ଦିବସରେ ସିଦ୍ଦେଶ୍ଵରୀ ବେଶ, ଉଗ୍ରତାରା ବେଶ, ତ୍ରିପୁରା ଭୈରବୀ ବେଶ, ଷୋଡ଼ଶ ବେଶ, ସିଂହବାହିନୀ ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ, ମହାକାଳୀ ବେଶ, ମହାଲକ୍ଷ୍ମୀ ବେଶ, ମହିଂସାମର୍ଦ୍ଦିନୀ ବେଶ, ଷୋଳ ଦିନ ବ୍ୟାପି ବିଭିନ୍ନ ବେଶରେ ଦର୍ଶନ ଦେବେ । ପୂଜା ଲାଗି ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଥିବା ଜଣାପଡ଼ିଛି। ମା’ଙ୍କ ଏହି ବେଶ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାବେଳେ ଷୋଳଦିନ ବ୍ୟାପି ଏହି ଭିଡ଼ ଲାଗି ରହିବ ବୋଲି ଜଣାପଡ଼ିଛି ।

error: Content is protected !!