0
Your Cart
0
Your Cart
2,079

ବିଗ୍ରହ ମାନଙ୍କର ଶ୍ରୀମୁଖ ରାହୁ ରେଖା

ବିଗ୍ରହ ମାନଙ୍କର ଶ୍ରୀମୁଖ ରାହୁ ରେଖା

ବିଦ୍ୟାପତେଶ୍ଚକୂଳଜାସ୍ତଥାବିଶ୍ଵାବସୁପ୍ରିୟ | ଏତେଗତ୍ଵାତୁଦେବାନାଂସ୍ଵର୍ଣ୍ଣରେଖାଦିକଦ୍ରୁତଂ ||

ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କ ର ରାହୁ ରେଖା ଲାଗି ହୋଇଥାଏ ! ବିଗ୍ରହ ମାନଙ୍କ ର ଶ୍ରୀ ମୁଖ ର ଚତୁଃପାର୍ଶ୍ଵରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟି କୁ ରାହୁ ରେଖା କୁହାଯାଏ |ଅର୍ଥାତ୍ ବିଦ୍ୟାପତି ଓ ବିଶ୍ଵାବସୁ କୂଳ ର ସେବକ ମାନେ ଯାଇ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳ ରେ ତିନି ଆଙ୍ଗୁଳି ଓସାର ର ରମଣୀୟ ସୁବର୍ଣ୍ଣ ରେଖା କରାଇ ଭୂଷିତ କରାଇବେ.!

ମହାପ୍ରଭୁ ଙ୍କ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଭୋଗ ସରିଲା ପରେ ତଢାଉକରଣ ଓ ଦେଉଳି କରଣ ଭଣ୍ଡାର ମେକାପକୁ କହି ଭଣ୍ଡାରରୁ ମୁଦ ହୋଇଥିବା ସୁବର୍ଣ୍ଣ ରାହୁ ରେଖା ବାହାର କରି ଆଣିବେ ବେହେରଣ ଦ୍ୱାର ଠାରେ ଉପସ୍ଥିତ ହୋଇଥିବା ବଣିଆ ସେବକ ମାନଙ୍କୁ ଉକ୍ତ ରାହୁ ରେଖା ମାଜି ସଫା କରିବାକୁ କହିଥାନ୍ତି !

ଭୋଗ ମଣ୍ଡପ ନୀତି ସରିଲା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି ! ଏହାପରେ ପାଳିଆ ପୁଷ୍ପାଳକ ମାନେ ସିଂହାସନ ଉପରେ ଉଠି ଠାକୁର ମାନଙ୍କ ର ଝୋବା କଣ୍ଠି ଓଲାଗି କରିଥାନ୍ତି, ଏହାପରେ ମହାଜନ ସେବକ ମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ନେଇ ଖଟ ଶେଯ ଘରେ ବିଜେ କରାଇଥାନ୍ତି, ସୁଦୁ ସୁଆର ସିଂହାସନ ତଳେ ଥିବା ଓଷୁଅ(ଝୁଣା ଓ ରାଶି ତେଲ ରେ ପ୍ରସ୍ତୁତ) ରଖିଥାନ୍ତି, ଏବଂ ବୋଇରାଣୀ ବସ୍ତ୍ର ପାହାଡା ପକାଇବେ ବଣିଆ ମାନେ ସେଇ ବୋଇରାଣୀ ପାହାଡା ଉପରେ ସ୍ପର୍ଶ ରାହୁ ରେଖା କୁ ଉକ୍ତ ଓଷୁଅ ରେ ମୁହଁ ବନ୍ଦ କରିବେ ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକିଥାନ୍ତି ଦଇତାପତି ମାନେ ଆସି ବେହେରଣ ତଳେ ଗୋଡ ଧୋଇ ସିଂହାସନ ଉପରକୁ ଉଠିବେ ଏବଂ ଗରାବଡୁ ସେବକ ଠାରୁ ହାତୁଆଣି ନେଇ ପାଳିଆ ମେକାପ ଠାରୁ ଶ୍ରୀ ଅଙ୍ଗ ମଣି ନେବେ !

ପାଳିଆ ମେକାପ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ର ରାହୁ ରେଖା ପତି ମହାପାତ୍ର ଙ୍କ ହାତ କୁ ବଢାଇବେ ପତି ମହାପାତ୍ର ଉକ୍ତ ରାହୁ ରେଖା ମାନଙ୍କୁ ସଂସ୍କାର କରି ଯଥାକ୍ରମେ ତିନି ବାଡ଼ ବାଡଗ୍ରାହି ଦଇତା ମାନଙ୍କୁ ବଢାଇବେ ଏହାପରେ ସମସ୍ତ ଦଇତା ମାନେ ମିଶି ସୁଧ ସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପ ଙ୍କ ଠାରୁ ବଇତମ (ସଫା କନା) ନେଇ ରୁନ୍ଧା କାଯ୍ୟ ଶେଷ କରିବେ. ଅର୍ଥାତ୍ ଶ୍ରୀ ବିଗ୍ରହ ମାନଙ୍କ ମୁଖାରବିନ୍ଦ ରେ ଓଷୁଅ ସାହାଯ୍ଯ ରେ ରାହୁ ରେଖା କୁ ଲଗାଇଥାନ୍ତି, ଏହି ରୁନ୍ଧା କାଯ୍ୟ ଶେଷ ହେବା ପରେ ପାଳିଆ ମେକାପ ଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନକୁ ଓହ୍ଲାଇ ଆସିବେ. ଏହାପରେ ପାଳିଆ ମେକାପ ସିଂହାସନରେ ପୋଛା ମାରିବା ପରେ ପୂଜାପଣ୍ଡା ମାନଙ୍କ ମହାସ୍ନାନ ନୀତି ସଂପର୍ଣ୍ଣ ହୋଇଥାଏ, ତତ୍ପରେ ମହାଜନ (ପୁଷ୍ପାଳକ) ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟ ଶେଯ ଘରୁ ଆଣି ସିଂହାସନ ରେ ବିଜେ କରାଇଥାନ୍ତି, ଏହି ସମୟରେ ଠାକୁର ମାନଙ୍କ ର ମଇଲମ ଓ ବେଶ ନୀତି ଅନୁଷ୍ଠିତ ହୋଇଥାଏ,ମଧ୍ୟାହ୍ନ ଧୂପ ପୁଜା ସରି ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା. ପତି ମହାପାତ୍ର ଓ ମୁଦିରସ୍ତ ସେବକ ମାନେ ତିନି ବାଡ ରେ ବନ୍ଦାପନା କରିଥାନ୍ତି, ଏହାପରେ ନୀତି ମାନ ହୋଇ ଶେଷ ରେ ପହୁଡ ହୋଇଥାଏ ||


ଜୟ ଜୟ ଜଗନ୍ନାଥ

error: Content is protected !!