0
Your Cart
0
Your Cart
1,369

ଦେବୀ ନାରସିଂହୀ

ମା ନାରସିଂହୀ ଦେବୀଙ୍କ ଏକ ଅବତାର, ଯାହା ବିଷ୍ଣୁଙ୍କ ଅବତାର ନରସିଂହ ପରି ଦେଖାଯାନ୍ତି । ମା ନାରସିଂହୀ ମାଙ୍କର ଷୋଡସ ମାତୃକା ଅବତାରର ଏକ ଅଶଂ ରୁପେ ଗ୍ରହଣ କରାଯାଇଛି । ମାଙ୍କ ନାରସିଂହୀ ଅବତାର ଗ୍ରହଣ ବେଷ୍ଣବ, ଶୈବ ଓ ଶାକ୍ତ ମତ ଅଲଗା ଅଲାଗା ହୋଇଥାଏ ।

ବୈଷ୍ଣବ ମତ ଅନୁଯାୟି, ନରସିଂହ ଅବତାରକୁ ଶାନ୍ତ କରିବା ପାଇଂ ମହାଲକ୍ଷ୍ମୀ, ନାରସିଂହୀ ଅବତାର ଗ୍ରହଣ କରିଥିଲେ । ନରସିଂହ ଅବତାର ର କ୍ରୋଧ ସାରା ସଂସାରକୁ ଆଛନ୍ନ କରିଥିଲା, ଦେବ ଓ ଦାନବ ସମସ୍ତେ ଭୟବିତ ହୋଇଯାଇଥିଲେ ।

ଶୈବ ମତ ଅନୁଯାୟି, ମହାଦେବଙ୍କ ଏକ ଅବତାର ଶରଭା, ଯେ ନରସିଂହ ପରି ଦେଖାଯାନ୍ତି । ଶରଭା ଅବତାରଙ୍କୁ ଶାନ୍ତ କରିବା ପାଈଁ ପାର୍ବତୀଙ୍କ ନରସିଂହୀ ଅବତାର ନେଇଥିଲେ ।


ଶାକ୍ତ ମତ ଅନୁଯାୟି, ମହିଷାସୁର ଦମନ ସମୟରେ ଦେବୀଙ୍କୁ ସାହାଯ୍ଯ କରିବାପାଈ ସବୁ ଦେବଗଣ ନିଜ ଶକ୍ତିଙ୍କୁ ରଣକ୍ଷତ୍ରକୁ ପଠାଇଥିଲେ ।

ଦେବୀ ନରସିଂହୀଙ୍କ ମନ୍ଦିର, ଅୟଭାଡି, କୁମବକୋନମ ତାମିଲନାଡୁରେ ଅଛି, ଅନ୍ୟ ଏକ ମନ୍ଦିର ଷଷ୍ଠମଙ୍ଗଳମ, ଥିରୁଅନନ୍ତପୁରମ, କେରଳ ରେ ଅଛି, ଦକ୍ଷିଣ ଭାରତରେ ଦେବୀ ପ୍ରଥ୍ୟଙ୍ଗିରା ରୁପେ ଜଣାଯାନ୍ତି ।

ଦେବୀ ନରସିଂହୀ ଯୋଗିନୀ ରୁପେ, ହିରାପୁର, ଭୁବନେଶ୍ବର ନିକଟସ୍ଥ ଚଉଷଠି ଯୋଗିନୀ ମନ୍ଦିରରେ ପୁଜା ପାରିଥାନ୍ତି ।

ଜୟ ମାଁ
??

error: Content is protected !!