0
Your Cart
0
Your Cart
1,258

ଶ୍ରୀବଳଭଦ୍ର ନାମ ବିଶେଷତ୍ବ

ନମସ୍ତେ ବାସୁଦେବାୟ
ନମଃ ସଂକର୍ଷଣାୟଚ
ପ୍ରଦ୍ୟୁମ୍ନାୠଦ୍ଧାୟ ସାତ୍ବତାଂ ପତୟେ ନମଃ ।
( ଭାଗବତ – ୧୦/୪୦/୨୧ )

ଆଜି ବଡଠାକୁର ଶ୍ରୀବଳଭଦ୍ରଙ୍କର ଆର୍ବିଭାବ ଦିବସ ( ଶ୍ରାବଣ ପୁର୍ଣିମା ) , ଆସନ୍ତୁ ଜାଣିବା ଶ୍ରୀବଳଭଦ୍ରଙ୍କର ନାମ ସମୁହ ବିଷୟରେ ଏହିପରି କିଛି, ଶ୍ରୀଜଗନ୍ନାଥ ସଂସ୍କୃତିରେ ଚତୁର୍ଦ୍ଧାମୂର୍ତ୍ତି ପୂଜନ ପ୍ରକ୍ରିୟାରେ ଶ୍ରୀଜଗନ୍ନାଥ ଯେପରି କୃଷ୍ଣ, ଜଗଦୀଶ, ନାରାୟଣ, ଅନାଦି, ଅଚ୍ୟୁତ, ଅନନ୍ତ ଆଦି ବିଭିନ୍ନ ନାମରେ ସମ୍ବୋଧିତ,ଠିକ୍ ସେହିପରି ରତ୍ନସିଂହାସନରେ ବିରାଜିତ ବଡ଼ଠାକୁର ଭାବରେ ପରିଚିତ ଶ୍ରୀବଳଭଦ୍ର ମଧ୍ୟ ବହୁ ବିଶେଷଣ ସହିତ ବଳଦେବ, ବଳରାମ,ତାଳାଙ୍କ, ମୂଷଳୀ, ହଳୀ, ରେବତୀରମଣ,ସୀରପାଣି, କାମପାଳ, ସୌନନ୍ଦୀ,ହଳାୟୁଧ, ନୀଳାମ୍ବର, ପ୍ରଳମ୍ବାରି, କୁଣ୍ଡଳୀ, ସଂକର୍ଷଣ, ଅନନ୍ତ ଆଦି ବହୁ ନାମରେ ସଂବୋଧିତ।

ବ୍ରହ୍ମବୈବର୍ତ୍ତ ପୁରାଣରେ ‘ଶ୍ରୀକୃଷ୍ଣ ଜନ୍ମଖଣ୍ଡ’ ଅଧ୍ୟାୟରେ ଗର୍ଗମୁନି ବଳଭଦ୍ରଙ୍କ ନାମର ବିଶେଷତ୍ବ ନନ୍ଦ ରାଜାଙ୍କୁ ସାମନ୍ୟ ସୁଚନା ପ୍ରଦାନ କରିଥିଲେ ତାହା ଏହିପରି ।

ନୀଳାମ୍ବରି

ହଳଧାରଣ କରିଥିବାରୁ ସେ ହଳୀ ବା ତାଙ୍କର ଆୟୁଧ ହଳ ଲଙ୍ଗଳ ହୋଇଥିବାରୁ ସେ ହଳାୟ ଲାଙ୍ଗଳୀ ଓ ସାରପାଣି। ରୋହିଣିଙ୍କ ଗର୍ଭରୁ ଜାତ ବୋଲି ସେ ରୋହିଣୀନନ୍ଦନ । ତାଙ୍କ ବସ୍ତ୍ର ନୀଳ ହେତୁ ସେ ନୀଳାମ୍ବର । ଅତ୍ୟନ୍ତ ବଳଶାଳୀ ସୁନ୍ଦର ବପୁ ଧାରଣ କରିଥିବାରୁ ନାମ ବଳରାମ । ସୌନନ୍ଦ ନାମକ ମୂଷଳ ଧାରଣ କରିଥିବାରୁ ସେ ସୌନନ୍ଦୀ ତଥା ମୂଷଳୀ। କୁଣ୍ଡଳ ପରିଧାନ କରିଥିବାରୁ ସେ କୁଣ୍ଡଳୀ ସର୍ପର ଅନ୍ୟନାମ ମଧ୍ୟ କୁଣ୍ଡଳୀ ଏବଂ ସେ ସ୍ଵୟଂ ଶେଷନାଗ। ତାଙ୍କ ହସ୍ତରେ ତାଳ (ଦର୍ପଣ) ଥିବାରୁ ସେ ତାଳାଙ୍କ । ରେବତୀଙ୍କ ପତି ଭାବରେ ସେ ରେବତୀରମଣ। ଦେବକୀଙ୍କ ଗର୍ଭରୁ ସଂକର୍ଷିତ ହୋଇ ସେ ରୋହିଣୀଙ୍କ ଗର୍ଭରେ ସ୍ଥାନିତ ହୋଇଥିବାରୁ ତାଙ୍କ ନାମ ସଂକର୍ଷଣ ଦେବତାମାନେ ତାଙ୍କୁ କୃତାନ୍ତକ ତଥା ଅନନ୍ତ ଶେଷନାଗ ଭାବରେ ସ୍ତୁତିଗାନ କରିଛନ୍ତି ।

ସଂସାରକୁ ପାପମୁକ୍ତ କରିବା ନିମିତ୍ତ ବଳରାମଙ୍କ ଆବିର୍ଭାବ । ଏ ସମ୍ପର୍କରେ ସ୍ବୟଂ ବଳରାମ କହିଛନ୍ତି  –

“ଏତଦର୍ଥୋହି ଲୋକେଽସ୍ମିନ୍
ବତାରୋମୟାକୃତଃ ।
ବଧ୍ୟା ମେ ଧର୍ମଧ୍ବଜିନସ୍ତେହି
ପାତକନୋଽଧିକାଃ ।।”

( ଭାଗବତ ୭୮/୧୭ )

ଅର୍ଥାତ ଯେଉଁ ଲୋକ ଧର୍ମର ସଂକେତ ଧାରଣ କରି ମଧ୍ଯ ଧର୍ମପାଳନ କରେନାହିଁ ସେ ଅଧିକ ପାପି, ତେଣୁ ସେ ବଧଯୋଗ୍ୟ । ଏହି ଜଗତରେ ଏଥିପାଇଁ ମୁଁ ଅବତାର ଗ୍ରହଣ କରିଛି ।

ବଳରାମ ସୌନନ୍ଦ ନାମକ ଏକ ମୂଷଳ ଧାରଣ କରୁଥିବାରୁ ତାଙ୍କ ନାମ ସୌନନ୍ଦୀ । ମୂଷଳ ଏକ କଠିନ ଅସ୍ତ୍ର । ଏହାର ଅଗ୍ରଭାଗ ଲୁହା ଓ ଏହାର ମୁଠୁଣି ଶକ୍ତ ଖଇରକାଠରେ ତିଆରି ହୋଈଥାଏ । ଆପତତଃ ସାଧରଣ ଲୋକ ଏହାକୁ ବ୍ୟବହାର କରିପାରେ ନାହିଁ । ରାମ ରାବଣ ଯୁଦ୍ଧ ସମୟରେ ବଳଶାଳୀ ରାକ୍ଷସମାନେ ଏହାକୁ ବ୍ୟବହାର କରୁଥିଲେ । ଦ୍ବାପର ଯୁଗରେ ବଳଶାଳୀ ବଳରାମ ଏହାକୁ ବ୍ୟବହାର କରିଥିଲେ । ଏଥିପାଇଁ ତାଙ୍କ ବଳର ଅଭୂତ ବର୍ଣ୍ଣନା ବିଭିନ୍ନ ସମୟରେ ଭାଗବତ, ମହାଭାରତ, ପଦ୍ମପୁରାଣ ଆଦିରେ ଦେଖିବାକୁ ମିଳେ । ତାଙ୍କର ଅନ୍ୟ ଏକ ନାମ ପ୍ରଳମ୍ବାରି । ନିଜ ବଳ ଦ୍ବାରା ପ୍ରଳମ୍ବାସୁରକୁ ମାରିବାକୁ ସମର୍ଥ ହୋଇଥିଲେ ।

ସୀର ଅର୍ଥାତ୍ ଲଙ୍ଗଳର ଲୁହା । ଏହାର ଉଚ୍ଚତା ମଣିଷର ଉଚ୍ଚତା ସହିତ ସମାନ । ଏହାର ଅଗ୍ରଭାଗରେ ଗୋଟିଏ ପଟକୁ ବଙ୍କେଈ ଯାଈଥିବା ଦୁଇଟି ଲୁହାର ଜିଭ ଲାଗିଥାଏ । କଠିନ ଭୂମି କର୍ଷଣ କରିବା ନିମିତ୍ତ ଏହା ଅତ୍ୟନ୍ତ ଉପଯୋଗୀ । କିନ୍ତୁ ଭୁମିକର୍ଷଣ ସହିତ ଯୁଦ୍ଧ କରିବା ନିମିତ୍ତ ମଧ୍ୟ ବ୍ୟବହାର କରୁଥିଲେ । ଶତ୍ରୁର ମସ୍ତକରେ ଏହାକୁ ଆଘତ କଲେ ସେ ଖଣ୍ଡବିଖଣ୍ଡିତ ହୋଇଯାଏ । ଏହି ଅସ୍ତ୍ର ସାହାଯ୍ୟରେ ବଳରାମ ସଂପୂର୍ଣ୍ଣ ହସ୍ତିନାପୁରକୁ ଦୋହଲାଇ ଦେବା ନିମିତ୍ତ ସମର୍ଥ ହୋଈଥିଲେ।ତେଣୁ ତାଙ୍କର ପ୍ରିୟ ଅସ୍ତ୍ର ସିର ହେତୁ ହେ ସିରପାଣି ଭାବରେ ପରିଚିତ ।

Leave a Reply

error: Content is protected !!