0
Your Cart
0
Your Cart
2,474

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ

ମୁର୍ତ୍ତିଟି ଅନନ୍ତ ଏବଂ ବାସୁଦେବଙ୍କ ଏକ ସଂଯୁକ୍ତ ମୁର୍ତ୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ (ଦେବନାଗରୀ : विष्णु) ଯାହାଙ୍କ ସହାୟତାରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ । କୈଳାସ ସଦୃଶ ତୁଙ୍ଗ ସମଳଜ୍ବଳ କୁଣ୍ଡଳ ( ଆଦିପଦ୍ମ ଓ ପଦ୍ମାଷ ) ଧାରି ଧବଳ ମୁର୍ତ୍ତି । ‘ପ୍ରତିମାଲଷଣ’ ଗ୍ରନ୍ଥ ଅନୁସାରେ ସେ ବାସୁଦେବଙ୍କ ସଦୃଶ ହେଲେ ମଧ୍ୟ ତାଙ୍କ ହସ୍ତରେ ଶଙ୍ଖଚକ୍ର ସହି ମୁଷଳ ଓ ଲଙ୍ଗଳ ଶୋଭା ପାଇବ । ଏକ ପଦ୍ମପିଠ ଉପରେ ଅନନ୍ତଙ୍କ କୁ୍ଣ୍ଡଳୀ ଉପରେ ବାସୁଦେବ ଆସୀନ । ମସ୍ତକ ଉପରେ ସପ୍ତଫଣା । ଉପର ହସ୍ତରେ ଚକ୍ର ଓ ଶଙ୍ଖ ତଳ ହସ୍ତରେ ଗଦା ଓ ଲଙ୍ଗଳ ।

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ
ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ

ଯେ ସମସ୍ତଙ୍କର ନିବାସ ସ୍ଥାନ ଏବଂ ବିଶ୍ୱ ସମୂହ ଯାହାଙ୍କର ଲୋମରେ ସ୍ଥିତ । ସେହି ଜ୍ୟୋତିର୍ମୟ ପରମବ୍ରହ୍ମ ବାସୁଦେବ ନାମରେ ନାମିତ । ବିଷ୍ଣୁ ପୁରାଣ ଅନୁସାରେ ସମସ୍ତ ଜଗତ ତାଙ୍କଠାରେ ନିବାସ କରନ୍ତି ତେଣୁ ତାଙ୍କ ନାମ ବାସୁଦେବ । ବିଷ୍ଣୁ ପୁରାଣ ଅନୁସାରେ ସମସ୍ତ ଜଗତ ତାଙ୍କଠାରେ ନିବାସ କରନ୍ତି ତେଣୁ ତାଙ୍କ ନାମ ବାସୁଦେବ । କିନ୍ତୁ ସେହି ବାସୁଦେବ ଯାହାଙ୍କ ଉପରେ ଆଶ୍ରୟ ନିଅନ୍ତି ସେ ଅନନ୍ତ ଓ ଶେଷନାଗ । ଯେତେବେଳେ ସମସ୍ତ ନାଗପୁତ୍ର, ମାତା କଦ୍ରୁଙ୍କ ମିଥ୍ୟ ଭାଷଣରେ ତାଙ୍କ ମନ୍ଦ କାର୍ଯ୍ୟରେ ସହଯୋଗ କରିଥିଲେ । ଏକମାତ୍ର ଅନନ୍ତ ମାତାଙ୍କୁ ପରିତ୍ୟାଗ କରି ଆସି ତପସ୍ୟାରତ ହୋଇ ତପସ୍ୟାରତ ହୋଇ ବିଶ୍ବବ୍ରହ୍ମାଣ୍ଡ କର୍ତ୍ତାଙ୍କ ଶଯ୍ୟା ଭାବରେ କ୍ଷୀର ସମୁଦ୍ରରେ ନିବାସ କଲେ । ତାଙ୍କ କୋଳରେ ଶ୍ରୀବିଷ୍ଣୁ ଯୋଗନିଦ୍ରାରେ ଶୟନ କରନ୍ତି ।

error: Content is protected !!