‘ମାର୍କଣ୍ଡେୟ ପୁରାଣ’ରେ ଦେବୀ ମାହାତ୍ମ୍ୟ ନାମକ ଏକ ବିସ୍ତୃତ ଅଧ୍ୟାୟ ରହିଛି। ଯାହା ଦୁର୍ଗାସପ୍ତସତୀ ନାମରେ ନାମିତ।ଏଥିରେ ସାତଶହ ସ୍ତୋତ୍ର ରହିଥିବାବେଳେ ବହୁବାର ଚଣ୍ଡୀ ଶଦ୍ଦ ଉଚାରଣ ହୋଇଛି। ତାନ୍ତ୍ରିକମାନେ ଏହାକୁ ଏକ ସ୍ଵତନ୍ତ୍ର ଗ୍ରନ୍ଥ ଭାବରେ ଗ୍ରହଣ କରନ୍ତି। କାରଣ ଏହାର ସଂଯୁକ୍ତ ମନ୍ତ୍ରଗୁଡିକ ଅତି ଚମତ୍କାର। ମୁନି ମାର୍କଣ୍ଡେୟ ରାଜା ସୁରଥଙ୍କୁ ମନ୍ତ୍ରର ଅର୍ଥ ବୁଝାଇଛନ୍ତି, ଯାହାକୁ ତାନ୍ତ୍ରିକମାନେ କେବଳ ବୁଝିବା ପାଇଁ ସମର୍ଥ। ମନୁଷ୍ୟ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଊର୍ଦ୍ଧ୍ଵ ଜଗତକୁ ଯିବାର ପଥ ପ୍ରଦର୍ଶନ କରେ।ଏହି ପୁରାଣର ଅଠଅଶି ଅଧ୍ୟାୟ ଏକାବନ ଶ୍ଲୋକରେ ସ୍ଵୟଂ ଦେବୀ କହିଛନ୍ତି – ଯେତେବେଳେ କୈାଣସି ଦାନବ ଧର୍ମ ସଂସ୍ଥାପନାରେ ବାଧା ସୃଷ୍ଟି କରିବ ମୁଁ ପୃଥିବୀରେ ଅବତୀର୍ଣ୍ଣ ହୋଇ ତା’ର ବିନାଶ କରିବି।
“ଇଥ୍ୟଂ ୟଦାୟଦା ବାଧା
ଦାନବେଥ୍ୟା ଭବିଷ୍ୟତି
ତଦାତଦା ବତୀୟହିଂ
କରିଷ୍ୟମ୍ୟରୀସଂକ୍ଷୟମ୍।”
କେତେକ ଯୁକ୍ତିବାଦୀ ଅଭିଯୋଗ କରନ୍ତି ଯେ ଦେବୀ ଚଣ୍ଡୀ କେବଳ ଅସୁର ନିଧନ ପାଇଁ ଅବତୀର୍ଣ୍ଣ ହୁଅନ୍ତି।ଏହା ସତ୍ୟ ନୁହେଁ ମନୁଷ୍ୟ ଜୀବନର ପ୍ରତିମୁହୂର୍ତ୍ତରେ କିଛି ନା କିଛି ପ୍ରତିକୂଳ ଶକ୍ତି ସହିତ ସଂଘର୍ଷ କରୁଥାଏ।ସେ ସର୍ବଦା କାମନା ରୂପକ ଜଙ୍ଗଲ ମଧ୍ୟରେ ମୃଗୟା କରୁଥାଏ।ସେହି ମୃଗକୁ ମାରି ଦେବୀ ମନୁଷ୍ୟକୁ କାମନା ମୁକ୍ତ କରନ୍ତି।ତ୍ରିନେତ୍ରା ଚଣ୍ଡୀ-ଏହି ତିନି ରୂପର ଅଧିକାରିଣୀ ହେଉଛନ୍ତି ହରଚଣ୍ଡୀ।ଦେବୀ ମହୀଷାସୁରକୁ ତିନିଥର ବଦ୍ଧ କରିଥିଲେ ତେଣୁ ତାଙ୍କର ବର୍ଣ୍ଣ କେବେ କନକବର୍ଣ୍ଣ,କେବେ ଲୋହିତ ତ କେବେ କୃଷ୍ଣ ବା ଗୋଲାପୀ ପୀତ ବର୍ଣ୍ଣ।
ଓଡିଶାରେ ଅଲାମଚଣ୍ଡୀ,ଉଗ୍ରଚଣ୍ଡୀ,କୁତାମଚଣ୍ଡୀ,ହରଚଣ୍ଡୀ,ରାମଚଣ୍ଡୀ ଅଦି ବିଭିନ୍ନ ନାମରେ ଅବସ୍ଥିତ କରିଛନ୍ତି।ଦେବୀ ଚଣ୍ଡୀ ସାଧାରଣତଃ ବିଭିନ୍ନ ହସ୍ତରେ ଷେତକ,ଘଣ୍ଟା,ଦର୍ପଣ,ଧନୁ,ଧ୍ଵଜ,ଡମ୍ବରୁ,ପାଶ,ଶକ୍ତି ଟଙ୍କ,ମହୀଷାମୁଣ୍ଡ,ଶୂଳ,ବଜ୍ର,ଶଙ୍ଖ,ଅଙ୍କୁଶ,ବାଣ ଓଚକ୍ର ଆଦି ଧାରଣ କରିଥାନ୍ତି।ଦେବୀଙ୍କର ଆଠ ବା ଷୋଳଭୁଜ ଥାଏ।ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ(ହରଚଣ୍ଡୀ)ଅଷ୍ଟଭୁଜା ଅଟନ୍ତି।ବାମପଟ ସମ୍ମୁଖ ହସ୍ତରେ ସେ ମହୀଷାସୁରର ମସ୍ତକ ଧାରଣ କରିଥିବାବେଳେ ଦକ୍ଷିଣ ଉପର ହସ୍ତରେ ଶୂଳ ଧାରଣ କରିଥାନ୍ତି।ଶୂଳ ମହୀଷାସୁର ର ଶରୀର ଭେଦ କରିଥାଏ।ଦେବୀଙ୍କର ଗୋଟିଏ ପାଦ ମହୀଷାର ପିଠି ଉପରେ ଥିବାବେଳେ ଅନ୍ୟ ପାଦଟି ଭୂମିଷ୍ଠ ଥାଏ।ଅନ୍ୟ ବାମ ହସ୍ତମାନଙ୍କରେ ଦେବୀ ଧନୁ ,ଶଙ୍ଖ ଓ ପାଶ ଧାରଣ କରିଥାନ୍ତି। ଦେବୀ ତ୍ରିନେତ୍ରା,କୃଷ୍ଣ ବସନା,ଗୋରଚନା ସଦୃଶ ଶରୀର ଦୀପ୍ତି।ପାଦ ନୂପୁରରେ ସୁଶୋଭିତା।ପାଦତଳେ କୃପାଣ ହସ୍ତରେ ମହୀଷାସୁରର ନିହତ ମୂର୍ତ୍ତ ରହିଛି।