6,067

Holy Shrabana Month – ପବିତ୍ର ଶ୍ରାବଣ ମାସ

ପବିତ୍ର ଶ୍ରାବଣ ମାସ, ଦେବ ଦେବ ମହାଦେବଙ୍କର ଅତୀବ ପ୍ରିୟ ମାସ | ଏହି ସମୟରେ ଡମ୍ବରୁଧାରୀ ଶିବ ହୋଇ ଉଠନ୍ତି ଅତୀବ ମନୋହାରି  ଏବଂ କାରୁଣିକ ତଥା ବୋଲ୍ ବମ୍ ଭକ୍ତଙ୍କ ଗହଳିରେ ଶୈବ ପୀଠ ଗୁଡିକ ହୋଇଉଠେ ଶିବମୟ ଏବଂ ଆନନ୍ଦମୟ | କରୁଣାମୟ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଶିବଭକ୍ତ ହୋଇଉଠେ ତପ୍ତର | ଶ୍ରାବଣ ବର୍ଷାରେ ଭିଜା ଶରୀରରେ ଗାଇ ଉଠେ ଶିବ ବନ୍ଦନା, “ବୋଲ୍ ବମ୍” ଧ୍ଵନି ଦେଇ ଗତି କରେ ଶିବ ଦର୍ଶନ ଅଭିମୁଖେ | ଶ୍ରାବଣ ମାସରେ ଶିବ ପୂଜା ପ୍ରାଚୀନ, କେଉଁ ଅନାଦି କାଳରୁ ଚାଲି ଆସୁଛି ଏହି ମହାନ ପରମ୍ପରା | ଭକ୍ତମାନେ ଏକ କାଳ ଭୋଜନ କରନ୍ତି, ସନ୍ଧ୍ୟାରେ ପ୍ରସାଦ ଗ୍ରହଣ କରନ୍ତି | ଶ୍ରାବଣ ମାସରେ ଶିବ ପୁଜା କରିବା ଦ୍ଵାରା ମନୋବାଞ୍ଛିତ ଫଳ ପ୍ରାପ୍ତି ଘଟେ ବୋଲି ବିଶ୍ଵାସ ରହିଛି | ଓଡିଶା (ଉତ୍କଳ/କଳିଙ୍ଗ) ଅତି ପ୍ରାଚୀନ କାଳରୁ ଶୈବ ପୂଜାର ଏକ ପୀଠସ୍ଥଳି ରୁପେ ପରିଗଣିତ | ଓଡିଶାର ପ୍ରମୁଖ ଶୈବ ପୀଠସ୍ଥଳି ଗୁଡିକ ହେଉଛି – ଲିଙ୍ଗରାଜ ମନ୍ଦିର (ଭୁବନେଶ୍ଵର), ଆଖଣ୍ଡଳମଣି ମନ୍ଦିର (ଆରଡି), ଲୋକନାଥ ମନ୍ଦିର (ପୁରୀ), ଗୁପ୍ତେଶ୍ଵର (କୋରାପୁଟ, ରାମଗିରି) ଇତ୍ୟାଦି |

ମହାଦେବଙ୍କ ମସ୍ତକରେ ସୁଶୀତଳ ଶ୍ରାବଣ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠକୁ ଛୁଟେ ଭକ୍ତଙ୍କ ସୁଅ | ଧର୍ମଶାସ୍ତ୍ର ମତରେ “ନମସ୍କାରେ ପ୍ରିୟ ଭାନୁ, ଜଳାଧାରେ ପ୍ରିୟ ଶିବ” | ତେଣୁ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବା ବଦଳରେ ଶିବଙ୍କ ମସ୍ତକରେ ଜଳାଭିଷେକରେ ସେ ତୃପ୍ତ ହୁଅନ୍ତି | ଶିବଙ୍କ ମସ୍ତକର ଜଳଲାଗି କରାଯିବାର ପ୍ରଥା ବୈଦିକ ଯୁଗରୁ ହିଁ ପ୍ରଚଳିତ | ଶିବପୂଜା ବିଧିରେ ରୁଦ୍ରଦେବଙ୍କ ଅଭିଷେକ ପାଇଁ ସ୍ୱତନ୍ତ୍ର ମନ୍ତ୍ର ରହିଥିବା ପରିଦୃଷ୍ଟ ହୁଏ | ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି | ଏଗୁଡିକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ |

୧ – ଶଙ୍କର ଭଗବାନଙ୍କର ଅର୍ଚ୍ଚନା ପାଇଁ ଏହା ପୂର୍ବରୁ ପ୍ରଥମେ ମନ୍ତ୍ର ବା ଜଳସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧିବାକୁ ହୋଇଥାଏ |

୨ – ଆର୍ଦ୍ର ବସନରେ ଶିବ ପୂଜନ ଶାସ୍ତ୍ର ନିଷିଦ୍ଧ |

୩ – କାୟା ଓ ବସ୍ତ୍ରକୁ ପବିତ୍ର କରି ନୂତନ ଯଜ୍ଞୋପବୀତ ଧାରଣପୂର୍ବକ ପ୍ରଥମେ ଦ୍ୱାରପାଳଙ୍କୁ ପୁଜା କରିବାକୁ ହୁଏ |

୪ – ରୁଦ୍ରଙ୍କ ଅଭିଷେକ ଲାଗି ଗାଈ ‌‍କ୍ଷୀର, ଶୁଦ୍ଧ ସୁବାସିତ ଜଳ ଓ ପଇଡ ପାଣି ଅାବଶ୍ୟକ ହୁଏ |

୫ – ଦୂଷୀତ ଜଳରେ ରୁଦ୍ର ଅଭିଷେକ କରିବା ଉଚିତ ନୁହେଁ |

୬ – ରୁଦ୍ରାଭିଷେକ ପଦ୍ଧତି ଅନୁଯାୟୀ ଶିବଙ୍କ ମସ୍ତକରେ ଷଡ ଅଙ୍ଗୁଳ ଉଚ୍ଚତାରୁ ଜଳ ଲାଗି ବିଧେୟ |

 

error: Content is protected !!