0
Your Cart
0
Your Cart
2,106

Pabitra Chita Kantha – ପୁରୀରେ ଐତିହ୍ୟ ଚିତ୍ର କାନ୍ଥ

ଭଳିକି ଭଳି ଚିତ୍ରରେ ସଜ୍ଜିତ ହୋଇଛି କାନ୍ଥ। ପୁରୀଧାମର ଐତିହ୍ୟ,ପରମ୍ପରା ଓ ଜୀବନ ଗାଥା ବିଷୟରେ କାନ୍ଥ ଚିତ୍ର କଥା କହେ । କେଉଁଠି ବର୍ଣ୍ଣିତ ରଥଯାତ୍ରାର ପ୍ରସଙ୍ଗ ଅବା ରଥ ଗଠନର ଶୈଳୀ ,କେଉଁଠି ସକୀର୍ତ୍ତନ ତ କେଉଁଠି ଗଜପତି ମହାରାଜାଙ୍କ ଛେରା ପହଁରା ସେବା ବିଭିନ୍ନ ମନ୍ଦିର ମଠ ନିତୀକାନ୍ତି ଓ ଜୀବନ ଜୀବିକା । ରାସ୍ତାରେ ଶୀଘ୍ର ଶୀଘ୍ର ପାଦ ପକାଉ ଥିବା ଯାତ୍ରୀଟି କିମ୍ବା ଦୁଇ ଓ ତିନି ଚକିଆ ଯାନବାହାନରେ ବସି ଯାଉଥିବା ପଥିକଟି ଟିକେ ଅନେଇ ଦେଇ ଚିତ୍ର ଗୁଡିକ ଦେଖିବାର ପ୍ରୟାସ। ଚିତ୍ର କାନ୍ଥର ଦର୍ଶନରେ ପଥିକ ମନରେ ଭରିଯାଏ ଆନନ୍ଦ ଲହରୀ ଏବଂ ସେ କିଛି କ୍ଷଣ ପାଇଁ ନିଜକୁ ଭୁଲିଯାଏ। ଏହା ହେଉଛି ଚିତ୍ର କାନ୍ଥର ମହତ୍ତ୍ଵ। ଚିତ୍ର କାନ୍ଥ ଏକ ପ୍ରସଂଶନୀୟ ପଦକ୍ଷେପ।

error: Content is protected !!