0
Your Cart
0
Your Cart
1,018

ଶ୍ରୀମନ୍ଦିରରେ ଦେବୀ ଇନ୍ଦ୍ରାଣୀ

କଳ୍ପବଟ ସମ୍ମୁଖରେ ମନ୍ଦିରଟି ରହିଛି । କ୍ଷେତ୍ରପାଳ ଶିବଙ୍କ ଶକ୍ତି ରୂପେ ମହା ବ୍ରଜେଶ୍ୱରୀଙ୍କୁ ଉପାସନା କରାଯାଏ । ଇନ୍ଦ୍ରାଣୀ ଦେବୀ ରୂପେ ପୂଜିତା। କାମଦେବ ରାଜାଙ୍କ କୀର୍ତ୍ତି ରୂପେ ଏହା ଖ୍ୟାତ। ଶ୍ରୀମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟକୁ ଲାଗି ମାଜଣା ମଣ୍ଡପ ଆଡ଼କୁ ଯିବାବେଳେ ଡ଼ାହାଣ ପାର୍ଶ୍ୱରେ ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ।

ଇନ୍ଦ୍ରାଣୀଙ୍କ ସିଂହାସନରେ ନିମ୍ନ ଭାଗରେ ଶିବଲିଙ୍ଗ ଶ୍ରୀବଟେଶ୍ୱର ରହିଛନ୍ତି। ସମ୍ମୁଖରେ ବୃଷଭ ପାର୍ଶ୍ୱରେ ସିଦ୍ଧି ଗଣେଶ ମୂର୍ତ୍ତି କଳା ଗଣେଶ ପ୍ରସ୍ତରରେ ନିର୍ମିତ୍ତ ହୋଇଛନ୍ତି। ଇନ୍ଦ୍ରାଣୀଙ୍କ ବିଗ୍ରହ ଦ୍ୱିଭୁଜା ଓ ଉପବେଶନ ଭଙ୍ଗୀରେ ବିଦ୍ୟମାନ। ସିଂହାସନ ନିମ୍ନରେ ହସ୍ତୀ ଅଛି । ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ “ମା” ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି ।

error: Content is protected !!