ନୃସିଂହ ଶ୍ରୀବିଷ୍ଣୁଙ୍କର ଏକ ବିଶେଷ ଅବତାର । ରାକ୍ଷସ ହିରଣ୍ୟକଶିପୁ ନିଧନ କରିବା ନିମିତ୍ତ ସ୍ତମ୍ଭ ମଧ୍ଯରୁ ଆବିର୍ଭୁତ ହୋଇଥିଲେ । ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧ ସିଂହମୂର୍ତି ହୋଇ ସେ ନିଜର ତୀକ୍ଷ୍ଣ ନଖ ଦ୍ବାରା ହିରଣ୍ୟକଶିପୁ ଶରୀର ବିଦାରଣ କରିଥିଲେ କିନ୍ତୁ ପରବର୍ତି କାଳରେ ବିଷ୍ଣୁଙ୍କ ଏହି ଅବତାର ଏକ ବିଶେଷ ମର୍ଯ୍ୟାଦା ଗ୍ରହଣ କରି ପୂର୍ଣ୍ଣବ୍ରହ୍ମର ସ୍ବରୂପ ଭାବରେ ପୂଜିତ ହୋଈଛନ୍ତି । ଏହି ନୃସିଂହଙ୍କର ଅନେକ ରୂପ ଓ ନାମ ରହିଅଛି ଯଥା ଅଭୟ ନୃସିଂହ, ସଭୟ ନୃସିଂହ, ଉଗ୍ର ନୃସିଂହ, ବିକଟନୃସିଂହ, ଭୀଷଣନୃସିଂହ,ପୂର୍ଣ୍ଣ ନୃସିଂହ, ରୁଦ୍ର ନୃସିଂହ, ଭଦ୍ର ନୃସିହ, କାଳନୃସିଂହ, ସିଦ୍ଧନୃସିଂହ, ଶାନ୍ତ ନୃସିଂହ, ଭୈରବ ନୃସିଂହ, ବରାହ ନୃସିଂହ, ବୀରନୃସିଂହ, ବିନୟ ନୃସିଂହ, ଓ ଶେଷ ନୃସିଂହ ।
ଶ୍ରୀବଳଭଦ୍ରଙ୍କର ପାର୍ଶ୍ବଦେବତା ଭାବରେ ଅବସ୍ଥାପିତ ଏହି ନୃସିଂହ ଶେଷ ନୃସିଂହ ଅଟନ୍ତି । ସେ ନୀଳମ୍ବର ବାଇଶଭୁଜ ବିଶିଷ୍ଟ ନରସିଂହ ମୂର୍ତ୍ତି ଶେଷ ନୃସିଂହ ଅନନ୍ତି । ପାଦତଳେ ଢାଲ ଏବଂ ଖଣ୍ଡା ଧରି ମୁରାସୁର ବିଦ୍ୟମାନ । ମୁରାସୁରର ବାମପାଦ ଉପରେ ଶେଷ ନୃସିଂହଙ୍କର ଏକ ପାଦ ଓ ମୁରାସୁରର ସ୍କନ୍ଦ ଉପରେ ନୃସିଂହ ଅନ୍ୟ ଏକ ପାଦ ବିଦ୍ୟମାନ । ଏହି ମୁରାସୁରକୁ ବଧ କରି ଶ୍ରୀବିଷ୍ଣୁ ମୁରାରୀ ନାମ ଧାରଣ କରିଥିଲେ । ଏହି ମୁରାସୁରକୁ ବଧ କରିବା ନିମିତ୍ତ ଶେଷ ନୃସିଂହ ଜାତ ହୋଇଥିଲେ । କାରଣ ନୃସିଂହ ଏକାଧାରରେ ରୁଦ୍ର ଏବଂ କ୍ରୋଧମୂର୍ତି । ନୃସିଂହ ପୁରାଣର ବର୍ଣନା ଅନୁଯାୟି କ୍ରୋଧ ମୂର୍ତ୍ତି ନହେଲେ ଯୁଦ୍ଧରେ ଅବତୀର୍ଣ୍ଣ ହୋଇପାରେ ନାହିଁ ।
ବିଦାରଣ ନୃସିଂହଙ୍କର ବହୁ ପୂର୍ବବର୍ତ୍ତୀ କାଳରେ ବଦରିକାରେ ଏହି ନୃସିଂହ ଜନ୍ମଲାଭ କରିଥିଲେ ସେ ଏକାଧାରେ “କୀଟ ଠାରୁ ବ୍ରହ୍ମଯାଏ ସବୁ ନରସିଂହ, ବ୍ରହ୍ମା ବିଷ୍ଣୁ ହର ଆଦି ଅଛନ୍ତି ଏ ଅଙ୍ଗ। ( ନୃ.ପୁ – ପଞ୍ଚମ ସାଗର ) ଏହି ନୃସିଂହ କାଶ୍ୟପ, ଦଶରଥ, ବସୁଦେବଙ୍କ ପରେ ବଦ୍ରିକା ନରେଶ ବ୍ରାହ୍ମଣ କୃଷ୍ଣବଲ୍ଲଭ ରାଜାଙ୍କ ପୂତ୍ର ଭାବରେ ଜନ୍ମଲାଭ କରି ମୁର ଦାରୁଣଙ୍କ ବଧ କରିଥିଲେ, ପ୍ରଥମେ ଯଣ ମୁରାସୁରକୂ ବଧ କରିବା ନିମିତ୍ତ ଶେଷ ନୃସିଂହ ଧନୁତୀର, କମାଣ, କୋଦଣ୍ଡ, ପରିଘ, ଭୂଷଣ୍ଡ, ଛୂରାକାତି, ଯମଦାଢ, ମୁଦଗର, ବିଫଳ ହେବାରୂ ନୃସିଂହ ଅସି ଯୁଦ୍ଧରେ ରତ ରହିଲେ । ଏଥିପାଇଁ ତାଙ୍କୁ ସମସ୍ତ ଅସ୍ତ୍ର ପରିତ୍ୟାଗ କରି ମାଟି ଉପରେ ଠିଆ ହୋଇ ଅସୁର ସହିତ ଯୁଦ୍ଧରେ ରତ ରହିଲେ । ସହସ୍ରପାଦ ହୋଇ ସେ ଅସୁରକୁ ପ୍ରହାର କରିବାରୂ ଅସୁରର ମୃତ୍ଯୁବରଣ କରିଲା ନୃସିଂହ ପୁରାଣରେ ଏହାର ଏକ ଚମତ୍କାର ବର୍ଣ୍ନନା ରହିଛି ।
” ସହସ୍ରେ ପାଦ ଜ୍ୟୋତି
ପରକାଶ ପ୍ରଭୁ ଅଙ୍ଗ
ସୁରାସୁର ଆଗେ ଦୃଶ୍ଯ
କାଳଦେବ ପ୍ରାୟ ।
ଏହାଦେଖି ମୁରାସୁର
ନିରେଖି ଚାହିଁଲା
ବିଷ୍ଣୁର ସହସ୍ର ପାଦ ଗଣୀ ହେଜିଗଲା
ଗଣୁଗଣୁ ସହସ୍ର ପୂରିଗଲା ଯେତେବେଳେ
ମହାଘୋର ରଡି ଏକ
ଛାଡିଲା ସେକାଳେ । ( ନୃ.ପୁ – ପଞ୍ଚମ ସାଗର )
ରଥର ପାର୍ଶ୍ବ ଦେବତା ଭାବରେ ଯେଉଁ ନୃସିଂହ ବିଦ୍ୟମାନ ସହସ୍ରପାଦ ସ୍ଥାନରେ ଦୁଇପାଦ ରହିଛି ଏବଂ ଯେଉଁ ବାଇଶି ଭୁଜ ରହିଛି ବିଂଶ ଭୁଜରେ କୌଣସି ଅସ୍ତ୍ରଶସ୍ତ୍ର ଧରି ନାହାନ୍ତି । ଦୁଇ ଭୁଜରେ ତାଙ୍କର ଢାଲ ଓ ଖଡଗ ଶୋଭାପାଉଛି । ସେହିପରି ରାକ୍ଷସ ମୁର ମଧ୍ଯ ଦୁଇ ହାତରେ ଢାଲ ଓ ଗଡଗ ଧାରଣ କରିଛି । ଏହି ନୃସିଂହ ମୂର୍ତ୍ତି କୂ ରଥଶାସ୍ତ୍ରରେ ବାଇଶି ଭୂଜ ନୃସିଂହ ଭାବେ ବର୍ଣ୍ଣିତ ହୋଇଅଛି ।